ମୁମ୍ବାଇ ୦୫।୧୦ : ଆଉ କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଏହାକୁ ନେଇ ସବୁ ଦଳ ନିଜ ନିଜର ପ୍ରସ୍ତୁତି କରିସାରିଲେଣି । ଚଳିତ ବିଶ୍ୱକପ୍ରେ କେଉଁ କେଉଁ ଟିମ୍ ରହିଛନ୍ତି ପ୍ରମୁଖ ଦାବିଦାର ? କାହାର ରହିଛି ପଲ୍ଲା ଭାରି ? ଏସବୁ ନେଇ ବଡ଼ ବୟାନ ଦେଇଛନ୍ତି ଅଷ୍ଟ୍ରେଲିଆ ଟିମ୍ର ପୂର୍ବତନ କ୍ରିକେଟର ମାଇକେଲ୍ ଭେବେନ୍ । ସେ କହିଛନ୍ତି ଯେ, ଚଳିତ ବିଶ୍ୱକପ୍ରେ ଅନେକ୍ ଦମ୍ଦାର ଟିମ୍ ରହିଛନ୍ତି । କିନ୍ତୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଟିମ୍ ଏବେ ଚମ୍ତକାର ଫର୍ମ ଅଛନ୍ତି । କୌଣସି ବି ବିରୋଧୀ ଦଳକୁ ଚେକ୍ ଦେବାରେ ଏହି ସବୁ ଦଳ ବେଶ୍ ସକ୍ଷମ । ତେଣୁ ଚଳିତ ବିଶ୍ୱକପ୍ ଜିତିବାରେ ଏହି ୩ଟି ଟିମ୍ ଫେଭରିଟ୍ । ଏହି ତିନୋଟି ଯାକ ଦଳ ନିକଟରେ ଜଣଙ୍କଠୁ ଜଣେ ଉଚ୍ଚକୋଟିର ଖେଳାଳି ରହିଛନ୍ତି । କୌଣସି ବି ପରିସ୍ଥିତିରେ ମ୍ୟାଚ୍ର ଦିଗ ପରିବର୍ତ୍ତନ କରିବାରେ ପୁରା ପାରଙ୍ଗମ ଏହି ଖେଳାଳି ।
ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ