Headlines Odisha Tv

An Odia News Portal

ଅଷ୍ଟ୍ରେଲିଆରେ ଖେଳାଯିବ ଭାରତ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ଵ କପ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବାଜି ମାରି ନେଇଥିଲା ଭାରତ। ବହୁ ପ୍ରତୀକ୍ଷିତ ଏହି ମୁକାବିଲା ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ତେବେ ଏହା ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ଶୃଙ୍ଖଳା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ର ସାଇମନ ଓଡୋନେଲ ସୋମବାର ଦାବି କରିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ଶୃଙ୍ଖଳା ଖେଳିବା ନେଇ ଯୋଜନା ଚାଲିଛି। ଏ ନେଇ ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ଓଡୋନେଲ ଏକ ଟିଭି ଶୋରେ କହିଛନ୍ତି। ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)  ଖବରକୁ ଖଣ୍ଡନ କରିଛି। ଓଡୋନେଲ୍ କହିଛନ୍ତି, ଅଷ୍ଟ୍ରେଲିଆରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ଯୋଜନା ଉପରେ କାମ ଚାଲିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚ୍‌ ଅସାଧାରଣ ଥି

You may have missed

1 min read
1 min read