ନୂଆଦିଲ୍ଲୀ: ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଆଗତ ହେବ। ଏହା ପୂର୍ବରୁ ଦେଶରେ ବ୍ୟବସାୟୀ, ନିର୍ମାଣ ବିଶେଷଜ୍ଞ ଏବଂ ପରିବେଶବିତଙ୍କ ସହିତ ଆଲୋଚନା କରି ବଜେଟ୍ ପରାମର୍ଶ ଲୋଡ଼ିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଠାରୁ ଏହି ବୈଠକ ଆରମ୍ଭ ହେବାକୁ ଯାଉଛି। ଭିଡିଓ କନଫରେନ୍ସିରେ ଏହି ବୈଠକ ହେବ। ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି “ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ତାଙ୍କର ପ୍ରଥମ ବଜେଟ ପୂର୍ବ ପରାମର୍ଶ ବୈଠକ ୨୦୨୩ରେ ଯୋଗ ଦେବେ। ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ଗ୍ରୁପରେ ଉଦ୍ୟୋଗ ନେତୃତ୍ୱ, ନିର୍ମାଣ ବିଶେଷଜ୍ଞ ଓ ପରିବେଶବିତଙ୍କ ସହିତ ଏହି ବୈଠକ ହେବ।” ଆଜିର ବୈଠକରେ ଅର୍ଥମନ୍ତ୍ରୀ ଉଦ୍ୟୋଗ ନେତୃତ୍ୱ, ନିର୍ମାଣ ବିଶେଷଜ୍ଞ ଓ ପରିବେଶବିତଙ୍କ ଆଲୋଚନା କରିବେ। ଆସନ୍ତାକାଲି ନଭେମ୍ବର ୨୨ ତାରିଖରେ କୃଷି ଓ କୃଷିଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଉଦ୍ୟୟମାନ ଉଦ୍ୟୋଗ, ଆର୍ଥିକ ବିଭାଗ ଓ କେପିଟାଲ ମାର୍କେଟ(ପୁଞ୍ଜି ବଜାର)ର ପ୍ରତିନିଧିଙ୍କ ସହିତ ବୈଠକ କରିବେ। ଏହାପରେ ନଭେମ୍ବର ୨୪ ତାରିଖରେ ସେବା କ୍ଷେତ୍ର(ସର୍ଭିସ ସେକ୍ଟର), ଏବଂ ବାଣିଜ୍ୟିକ ସଂସ୍ଥା ସମେତ ସୋସିଆଲ୍ ସେକ୍ଟର ଯଥା-ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଓ ସ୍ୱଚ୍ଛତା ଏକ୍ସପର୍ଟଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ। ସେହିପରି ନଭେମ୍ବର ୨୮ ତାରିଖରେ ବାଣିଜ୍ୟିକ ପ୍ରତିନିଧି ଏବଂ ଅର୍ଥନୀତିଜ୍ଞଙ୍କ ସହିତ ବଜେଟ ପୂର୍ବ ବୈଠକ ଆୟୋଜନ କରିବାର ଯୋଜନ ହୋଇଛି। ଭାରତର ସବୁ ବର୍ଗଙ୍କ ଠାରୁ ପରାମର୍ଶ ଓ ମତ ନେବା ପରେ୨୦୨୩ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିପାଇଁ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ପୂର୍ବ ପ୍ରସ୍ତୁତି ବୈଠକ ଆଜି ଠାରୁ ଆରମ୍ଭ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ