Headlines Odisha Tv

An Odia News Portal

ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢାଉ

ଭୁବନେଶ୍ୱର ୧୦।୧୧ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନା ନାଗ୍‌ଙ୍କ ଘରେ ଇଡିର ଖୋଳତାଡ଼ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାରସ୍ଥିତ ଘରେ ଇଡିର ପକ୍ଷରୁ ଚଢାଉ ଜାରି ରହିଛି । ଇଡିର ୫ ଜଣିଆ ଟିମ୍ ଅର୍ଚ୍ଚନାଙ୍କ ଘରେ ପହଞ୍ଚି କରୁଛନ୍ତି ତନଘନା । ବେଆଇନ ଆର୍ଥିକ କାରବାରକୁ ନେଇ ଇଡି କରୁଛି ରେଡ । ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତିର ଖିଅ ଖୋଜୁଛି ଇଡି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ହେବା ପରେ ଆକ୍ସନକୁ ଆସିଛି ଇଡି । ଅର୍ଚ୍ଚନାଙ୍କ ବେଆଇନ୍‌ ସଂପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଇଡି । ଏହିକ୍ରମରେ ଗୁରୁବାର ଦିନ ସକାଳରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାର ସ୍ଥିତ ଘରେ ଇଡିର ୫ଜଣିଆ ଟିମ୍‌ ପହଞ୍ଚି ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି ।