ଚଣ୍ଡୀଗଡ଼, ଅଗଷ୍ଟ ୧୦ : ପଂଜାବରେ ଅମୃତସରର ଏକ ଗାଁରେ ୨ କିଲୋରୁ ଅଧିକ ଓଜନର ଅଧିକ ଆରଡିଏକ୍ସ ସହିତ ଟିଫିନ ବୋମା ମିଳିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଯାଇଛି । ଟିଫିନ ବୋମା ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ପୋଲିସକୁ ସଂଦେହ ହୋଇଛି ଯେ, ଏହି ବୋମା ପାକିସ୍ତାନରୁ ବିଗତ ଦିନରେ ଉଡାଯାଇଥିବା ଡ୍ରୋନ ମାଧ୍ୟମରେ ଖସାଯାଇଛି । ଡିଜିପି ଦିନକର ଗୁପ୍ତା କହିଛନ୍ତି, ବୋମାରେ ରିମୋଟ କଣ୍ଟ୍ରୋଲ ଅଥବା ଟାଇମର ମାଧ୍ୟମରେ ବିସ୍ଫୋରଣ କରାଯାଇପାରିଥାନ୍ତା । ସେ କହିଛନ୍ତି, ଟିଫିନ ବକ୍ସ ବୋମାକୁ ଆଇଆଇଡି କୁହାଯାଇପାରିବ । ଆଇଇଡିକୁ ୨ଟି ଟିଫିନ ବକ୍ସରେ ରଖ।।ଇଥିଲା ଏବଂ ଏହାରି ଉପରେ ଆକର୍ଷକ ଚିତ୍ର ଲଗାଯାଇଥିଲା । ତେବେ ସ୍ୱାଧୀନତା ଦିବସ ମାତ୍ର କେଇଟା ଦିନ ବାକି ଥିବାରୁ ଅସାମାଜିକ ବ୍ୟକ୍ତିମାନେ ଏଭଳି କାମ କରିଥିବା ପୋଲିସ ସଂଦେହ କରୁଛି ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l