Headlines Odisha Tv

An Odia News Portal

ଅମାଜନ ଗୋଦାମରେ ଲାଗିଲା ନିଆଁ: ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ହାଇଦ୍ରାବାଦ: ଆମଜାନ ଗାଦାମରେ ଲାଗିଲା ନିଆଁ। ଜଳିପୋଡ଼ି ଛାରଖାର ହୋଇଗଲା ୧୦ ଲକ୍ଷ ଟଙ୍କାର ସାମଗ୍ରୀ। ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର କୁପ୍ପମ ଅଞ୍ଚଳରେ ଥିବା ଆମାଜନର ଏକ ଗୋଦାମରେ ନିଆଁ ଲାଗିଯାଇଛି। ରବିବାର ସକାଳେ ଏହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ କୌଣସି ମୃତାହତ ହୋଇ ନଥିବା ସୂଚନା ମିଳିଛି। ରବିବାର ସକାଳ ୬ଟା ବେଳେ ଏହି ନିଆଁ ଲାଗିଥିବା ବେଳେ ଗୋଦାମ୍‌ ବାହାରୁ ହୁ ହୁ ହୋଇ ନିଆଁ ବାହାରିଥିଲା। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ଅଗ୍ନିଶମ ବାହିନୀ।ତେବେ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁ ଗୋଦାମରେ ନିଆଁ ଲାଗିଥିବା କୁପ୍ପମ ପୁଲିସ ଇନ୍ସପେକ୍ଟର ଶ୍ରୀଧର ମିଡିଆକୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।