Headlines Odisha Tv

An Odia News Portal

ଅଭିନେତା ପୁନିତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକ ରତ୍ନ ସମ୍ମାନ

ନୂଆଦିଲ୍ଲୀ, ନଭେମ୍ବର ୧୭ : କନ୍ନଡ ସିନେମା ସୁପରଷ୍ଟାର ସ୍ୱର୍ଗତ ଅଭିନେତା ପୁନିତ ରାଜକୁମାରଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯିବ । ଏହି ଅଭିନେତାଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ଘୋଷଣା କରିଛନ୍ତି । ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଭିନେତା ଦଶମ ବ୍ୟକ୍ତି ହେବେ ।  ବମ୍ମାଇ ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଅନେକ ଲୋକଙ୍କ ସହ ଆଲୋଚନା କରିବା ପରେ ସେ ପୁନିତ ରାଜକୁମାରଙ୍କୁ କର୍ଣ୍ଣାଟକ ରତ୍ନ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

ସିଏମ ଏହା ମଧ୍ୟ କହିଛନ୍ତି ଯେ ଅଭିନେତାଙ୍କ ନାମକୁ ଅମର କରିବା ପାଇ ଅନେକ ପରାମର୍ଶ ଆସିଛି । ସରକାରଙ୍କ ଇଚ୍ଛା ମଧ୍ୟ ସମାନ । ତାଙ୍କର ଅନ୍ତିମ ବିଶ୍ରାମ ସ୍ଥଳ ତାଙ୍କ ପିତାମାତା ଡକ୍ଟର ରାଜକୁମାର ଏବଂ ପାର୍ବତମା ରାଜକୁମାରଙ୍କ ପରି ବିକଶିତ ହେବ ।