ୱାଶିଂଟନ, ଅଗଷ୍ଟ ୧୯ : ଅଗଷ୍ଟରେ ଶେଷ ହେବାକୁ ଥିବା ଅବଧୀ ପରେ ବି ଆଫଗାନିସ୍ତାନରେ ଆମେରିକୀୟ ସେନା ମୁତୟନ ହୋଇପାରନ୍ତି । ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବ । ସେ କହିଛନ୍ତି ଯେ, ଯଦି ଅଗଷ୍ଟ ୩୧ ତାରିଖରେ ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରଖିବାକୁ ପଡ଼େ, ତାହଲେ ଏହି କାମ କରାଯିବ । ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ବାଇଡେନ କହିଛନ୍ତି ଯେ, ଆମେରିକୀୟ ଏବଂ ଆଫଗାନୀ ବନ୍ଧୁଙ୍କୁ ଆଫଗାନୀସ୍ଥାନରୁ ସୁରକ୍ଷିତ ଭାବରେ ଆଣିବା ପାଇଁ ଯେଉଁ ଶକ୍ତି ଦରକାର ପଡ଼ିବ, ତାହା ବ୍ୟବହାର କରାଯିବ । ଆଫଗାନିସ୍ତାନରେ ଯେତେଦିନ ଯାଏଁ ଆମେରିକୀୟ ଥିବେ, ସେତେଦିନ ଯାଏଁ ସେନାକୁ ମୁତୟନ କରାଯିବ । ଯେତେଦିନ ଯାଏଁ ପ୍ରତ୍ୟେକ ଆମେରିକୀୟ ଏଠାକୁ ଆସି ନଥିବେ, ସେତେଦିନ ପର୍ଯ୍ୟନ୍ତ ସେନା ସେଠାରେ ମୁତୟନ ରହିବ ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l