ଢେଙ୍କାନାଳ ୦୨/୦୯: ଢେଙ୍କାନାଳ ସଦର ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି । ସଦର ପୁଲିସର ନିଷ୍କ୍ରିୟତା ବ୍ରାଉନ ସୁଗାର ବେପାରୀ ମାନଙ୍କୁ ତାଙ୍କ କାରବାର ବଢ଼ାଇ ବାରେ ସୁଯୋଗ ସୃଷ୍ଟି କରିଛି । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢ଼ାଉ କରିଛି । ଏହି ଚଢ଼ଉରେ ଅବକାରୀ ସ୍କ୍ୱାର୍ଡ ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିବାରେ ସକ୍ଷମ ହୋଇଛି । ବେପାରୀ ଠାରୁ ୪୨ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ବ୍ରାଉନ ସୁଗାର ବେପାର କରୁଥିବା ରାଜେନ୍ଦ୍ର ବେହେରା ନାମକ ଜଣେ ଯୁବକ କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ଯୁବକ ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ବୋଲି ଜଣାପଡିଛି । ଗିରଫ ଯୁବକ ପୁଲିସର ସଲାସୁତରା ରେ ଦୀର୍ଘଦିନ ହେଲା ଏହି ଧଳା ଜହର ବେପାର କରିଆସୁଥିଲା ବୋଲି ସୂଚନା ମିଳିଛି।
ଅବକାରୀ ସ୍କ୍ୱାର୍ଡ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ