ମୁମ୍ବାଇ ୮।୯: ବାନ୍ଦ୍ରା (ପଶ୍ଚିମ)ର ଜନୈକା ୪୭ ବର୍ଷ ବୟଷ୍କା ମହିଳା ସ୍ଥାନୀୟ ମଦ ଦୋକାନରୁ ୨ ହଜାର ଟଙ୍କାର ଅନଲାଇନ କ୍ରୟ କରିବାକୁ ଉଦ୍ୟମ କରି ସାଇବର ଠକାମୀର ଶିକାର ହୋଇଛନ୍ତି। ତାଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ବୁଧବାର ବାନ୍ଦ୍ରା ପୋଲିସରେ ଲିଖିତ ଏତଲା ଦେଇଛନ୍ତି। ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ କାର୍ଟର ରୋଡରେ ରହୁଥିବା ମହିଳା ଜଣକ ଗୁଗଲରୁ ବାନ୍ଦ୍ରାର ଏକ ୱାଇନ ଆଉଟଲେଟର ନମ୍ବର ସଂଗ୍ରହ କରି ଅନଲାଇନରେ ମଦ କିଣିବା ପାଇଁ କଲ କରିଥିଲେ। ସେ ଏହି କଲ ସେପ୍ଟେମ୍ବର ୬ ତାରିଖରେ କରିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଯାଇଛି।
ଅନଲାଇନରେ ମଦ ମଗାଇବା ପଡିଲା ମହଙ୍ଗା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ