ମୁମ୍ବାଇ ୦୬।୦୪ : ବଲିଉଡ ନବାଗତା ତଥା ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ । ନିକଟରେ ଫିଲ୍ମ ଗେହରାଇୟାଁ ଫିଲ୍ମ ପର ଠାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଅନନ୍ୟା । ହେଲେ ଏବେ ସେ ଆଉ କୌଣସି ଖବର ପାଇଁ ଆଲୋଚନାକୁ ଆସିଛନ୍ତି । ଶୁଣିବାକୁ ମିଳିଛି କି ଏବେ ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ ଡେଟ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଦୁହେଁ ଏବିଷୟରେ କେବେ ବି ସ୍ୱୀକାର କରି ନାହାନ୍ତି । କିନ୍ତୁ ଦୁହେଁ ବୁଲୁଥିବା ବେଳେ , ଛୁଟି କାଟିକୁ ଯାଇଥିବାର ଫଟୋ ଭାଇରାଲ୍ ହୋଇଥିଲା । ଏହି ସବୁ କିଛିରୁ ଜଣାପଡି ଯାଇଥିଲା ଦୁହିଁଙ୍କ ମଧ୍ୟ କିଛି ତ ଅଛି । ହେଲେ ବର୍ତ୍ତମାନ ଏମାନଙ୍କ ଲୁଚାଛପା ପ୍ରେମ କାହାଣୀର ଦ ଏଣ୍ଡ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅନନ୍ୟା ଓ ଇସାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇ ଯାଇଛି । ଦୀର୍ଘ ୩ ବର୍ଷ ଧରି ପରସ୍ପରକୁ ଡେଟ କରୁଥିବା କିଛି ଫଟୋ ଓ ଭିଡିଓ ଦର୍ଶାଉଥିଲା ଯେ ଏମାନେ ପରସ୍ପରକୁ ପ୍ରେମ କରୁଛନ୍ତି । ଏମିତିକି କିଛି ପାର୍ଟିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
ଅନନ୍ୟା ପାଣ୍ଡେ- ଇସାନ ଖଟ୍ଟରଙ୍କ ହେଲା ବ୍ରେକ୍ଅପ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ