ଭାରତୀୟ ମହିଳା ଟିମ୍ କ୍ରିକେଟ ଟିମ୍ ଆଇସିସି ଅଣ୍ଡର-୧୯ ଟି୨୦ ବିଶ୍ୱକପ ଜିତିନେଇଛି । ଇଂଲଣ୍ଡକୁ ୭ ଓ୍ଵିକେଟ ହରାଇ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ମହିଳା ଟିମ୍ ଆଇସିସି ଟ୍ରଫି ଜିତିଛି । ଟିମ୍ ଇଣ୍ଡିଆର ଏଭଳି ପ୍ରଦର୍ଶନ ଦେଖି ବିସିସିଆଇ ବହୁତ ଖୁସି ରହିଛି। ଆଉ ଟିମକୁ କୋଟି କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛି । ଟିମର ଖେଳାଳି ଏବଂ ସହଯୋଗୀ ଷ୍ଟାଫକୁ ବିସିସିଆଇ ସଚିବ ଜୟ ଶାହା ୫ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି । ଏହା ସହିତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଉ କହିଛନ୍ତି, ଏହା ଏକ ଅଦ୍ଭୁତପୂର୍ବ ଉପଲବ୍ଧି । ଆମ ଯୁବ କ୍ରିକେଟର ଦେଶକୁ ଗୌରାବାନ୍ଵିତ କରିଛନ୍ତି। ଯୁବ ଖେଳାଳିମାନେ ନିର୍ଭୟ ଭାବେ ସାହସ କରି ପରିଚୟ ଦେଇଛନ୍ତି । ଜୟ ଶାହା ଅଣ୍ଡର-୧୯ ଟିମକୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହାକୁ ନେଇ ଶାହା କହିଛନ୍ତି, ଶେଫାଳୀ ବର୍ମା ଏବଂ ତାଙ୍କ ଟିମ୍କୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆମ ସହିତ ୧ ଫେବୃଆରୀରେ ତୃତୀୟ ଟି-୨୦ ମ୍ୟାଚ ଦେଖିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
ଅଣ୍ଡର-୧୯ ମହିଳା ଟିମ୍କୁ କୋଟି କୋଟି ଟଙ୍କାର ପୁରସ୍କାର ଦେବ ବିସିସିଆଇ, ଜୟ ଶାହା କଲେ ଘୋଷଣା

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ