ବ୍ରହ୍ମଗିରି ୧୬।୦୬: ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଅସୁସ୍ଥ ହୋଇ ଅଣସର ଘରେ ରହିଛନ୍ତି। ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରୁଛନ୍ତି ଦଇତାପତି ସେବାୟତ । ତେଣୁ ପୁରୀକୁ ଆସୁଥିବା ଭକ୍ତମାନେ ଏବେ ଯାଉଛନ୍ତି ବ୍ରହ୍ମଗିରିର ଅଲାରନାଥ ପୀଠକୁ। ମହାପ୍ରଭୁ ଅଣସର ଘରେ ରହିଥିବା ବେଳେ ଅଲାରନାଥଙ୍କୁ ଦର୍ଶନର ବିଶେଷ ତାତ୍ପର୍ଯ୍ୟ ରହିଛି। ଏହି ସମୟରେ ବିଷ୍ଣୁଙ୍କ ଅବତାର ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମସ୍ତ ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରଭୁଙ୍କ ଅଣସର ଦ୍ବିତୀୟ ଦିନର ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ଭିଡ ଲାଗିଛି । ଏଠାରେ ହେଉଥିବା ଖିରୀ ଭୋଗର ବିଶେଷ ମହତ୍ତ୍ଵ ଥିବାରୁ ଭକ୍ତମାନେ ଏହାକୁ ପାଇଁ ବେଶ ଆତ୍ମତୃପ୍ତି ଲାଭ କରନ୍ତି। ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ନୀତି ଓ ଦର୍ଶନ ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଅଣସର ଘରେ ଶ୍ରୀଜିଉ, ଦ୍ୱିତୀୟ ଦିନରେ ଅଲାରନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ