Headlines Odisha Tv

An Odia News Portal

ଅଣସଂରକ୍ଷିତ ଓ ପ୍ଲାଟଫର୍ମ ଟିକେଟ ପାଇଁ ଧାଡ଼ିରେ ରହିବା ଦରକାର ନାହିଁ, ଆପ୍‌ ମାଧ୍ୟମରେ ବୁକିଂ କରନ୍ତୁ ଟିକେଟ

ନୂଆଦିଲ୍ଲୀ, ଜାନୁଆରୀ ୧୭ : ସଠିକ୍‌ ସୂଚନା ଥିଲେ ମନୁଷ୍ୟକୁ ଯେକୌଣସି ସମୟରେ ଅସୁବିଧା ହୋଇ ନଥାଏ। ପ୍ରତ୍ୟେକ କାମ ସହଜରେ ହୋଇଥାଏ। ଅନେକ ସମୟରେ ଲୋକେ ସୂଚନାର ଅଭାବ କାରଣରୁ ଆଜି ଭଳି ଅତ୍ୟାଧିନିକ ବ୍ୟବସ୍ଥା ସମୟରେ ପ୍ଲାଟଫର୍ମ ଟିକେଟ ଅଥବା ଅଣସଂରକ୍ଷିତ ଟିକେଟ ପାଇଁ ରେଳଷ୍ଟେସନରେ ଲମ୍ବା ଲାଇନ୍‌ ଲଗାଇଥାନ୍ତି। କିନ୍ତୁ ଏଭଳି ଟ୍ରେନ୍‌ ଯାତ୍ରୀ ଅଥବା ଷ୍ଟେସନରୁ ଯାତ୍ରୀଙ୍କୁ ଆଣିବାକୁ ଯାଇଥିବା ଅଥିବା ଷ୍ଟେସନକୁ ଛାଡ଼ିବାକୁ ଯାଇଥିବା ବ୍ୟକ୍ତିଙ୍କୁ ଜାଣିବାର ଅଛି ଯେ, ପ୍ଲାଟଫର୍ମ ଟିକେଟ୍‌ ମଧ୍ୟ ସ୍ମାର୍ଟଫୋନ୍‌ ମୋବାଇଲ ମାଧ୍ୟମରେ ମିଳିପାରିବ। ମୋବାଇଲରେ ସଂରକ୍ଷିତ ଟିକେଟ ବୁକିଂ କଲା ଭଳି ଅଣସଂରକ୍ଷିତ ଓ ପ୍ଲାଟଫର୍ମ ଟିକେଟ୍‌ ମଧ୍ୟ ମିଳିପାରିବ। ଭାରତୀୟ ରେଳବାଇ କରୋନା କାଳରେ ଲୋକଙ୍କର ସମୟ ବଞ୍ଚାଇବା ପାଇଁ ତଥା କର୍ମଚାରୀଙ୍କ କାମ ସୁବିଧା କରିବା ପାଇଁ ସ୍ବତନ୍ତ୍ର ଆପ୍‌ ଲଞ୍ଚ କରିଛନ୍ତି। ରେଳବାଇ କହିବା ଅନୁସାରେ ଏହି ଆପ୍‌ ସାଧାରଣ ଟିକେଟ ବୁକ୍‌ କରିବାରେ ସବୁଠାରୁ ଭଲ ବିକଳ୍ପ ବ୍ୟବସ୍ଥା‌। ଯାତ୍ରୀ ୟୁଟିଏସ୍‌ ଆପ୍‌ ମାଧ୍ୟମରେ ଟିକେଟ ବୁକିଂ କରିପାରିବେ।