କଟକ: କଟକ ବଡ଼ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ମୃତକ ବାଲେଶ୍ୱର ଜିଲ୍ଲାର ଜଣେ ୮୨ ବର୍ଷିୟ ବୃଦ୍ଧ ଭାଗବତ ମହାନ୍ତି। ସଂପର୍କୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି। ବୃଦ୍ଧ ପ୍ରଥମେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ଗତକାଲି ତାଙ୍କୁ କଟକ ଏସସିବିକୁ ଅଣାଯାଇଥିଲା। ଶ୍ୱାସଜନିତ ସମସ୍ୟା ପାଇଁ ସେଠାରେ ସେ ଭର୍ତ୍ତି ହୋଇଥିଲେ। କିନ୍ତୁ ଠିକ୍ ସମୟରେ ବଡ଼ ମେଡିକାଲରେ ଅକ୍ସିଜେନ ନ ମିଳିବାରୁ ସେହି ରୋଗୀଙ୍କର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି। ଓ୍ବାର୍ଡରେ ଏକ ଘଣ୍ଟା ଅକ୍ସିଜେନ ନ ମିଳିବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ଏସସିବିରେ ଅକ୍ସିଜେନ ଅଭାବରୁ ରୋଗୀ ଙ୍କ ମୃତ୍ୟୁ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଏସିବି କର୍ତ୍ତୃପକ୍ଷ। ଏହି ଘଟଣା ଉପରେ ମୌଖିକ ଅଭିଯୋଗ ହୋଇଛି। ଉଭୟ କାଜୁଆଲଟି ଓ ମେଡିସିନ୍ ବିଭାଗ ମୁଖ୍ୟଙ୍କୁ ଏ ସଂପର୍କରେ ପଚରାଯାଇଛି। ସ୍ବତନ୍ତ୍ର କମିଟି ଗଠନ ହୋଇ ଘଟଣାର ଅନୁଧ୍ୟାନ କରୁଛି। ତଦନ୍ତରେ ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି। ତେବେ ଏମ୍ସ ପ୍ଲସ ନାରାରେ ଏସସିବିର ପ୍ରକୃତ ଦୃଶ୍ୟ ଏଇୟା ବୋଲି ସ୍ପଷ୍ଟ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ବାଲେଶ୍ଵର ରୁ ଜଣେ ଆଜମା ରୋଗୀ କଟକ ରେଫର ହେଲେ। ହେଲେ କଟକ ଭଳି ବଡ଼ ମେଡିକାଲରେ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଛି। ତେବେ ଏହି ଦିଗରେ କାହାର ଅବହେଳା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇଯିବ। ବାସ୍ତବିକରେ ଭାଗବତଙ୍କ ମୃତ୍ୟ ଅକ୍ସିଜେନ ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତା ସ୍ପଷ୍ଟ ହୋଇନାହିଁ।
ଅକ୍ସିଜେନ ଅଭାବରୁ ଏସସିବିରେ ରୋଗୀଙ୍କର ମୃତ୍ୟୁ ଅଭିଯୋଗ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ