Headlines Odisha Tv

An Odia News Portal

ଅକ୍ଟୋବର ୧୦ ରୁ ୨୦ ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ପୂଜା ଛୁଟି ଘୋଷଣା

ଭୁବନେଶ୍ୱର, ଅକ୍ଟୋବର ୯ : ଆସିଛି ପାର୍ବଣ ଋତୁ । ଦଶହରା ଓ କୁମାର ପୂର୍ଣ୍ଣିମା ଅବସରରେ ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ ଗୁଡିକରେ ୧୦ ଦିନିଆ ପୂଜା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା କାଲି ଠାରୁ ଅକ୍ଟୋବର ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ବନ୍ଦ ରଖିବାକୁ ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ରାଜ୍ୟରେ କେବଳ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ କ୍ଲାସରୁମ୍ ପାଠପଢା ଜାରି ରହିଥିବା ବେଳେ ୧୦ ଦିନ ପାଇଁ ଏହା ବନ୍ଦ ରହିବାକୁ ଯାଉଛି । ଅକ୍ଟୋବର ୨୦ରୁ ପୁଣି ପିଲାମାନଙ୍କ କ୍ଲାସ ସମାନ ସମୟରେ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।